ରାଜ୍ୟରେ ୨୦ ତାରିଖରୁ ତାତି ବଢ଼ିବା ସମ୍ଭାବନା, ୩ ଦିନ ପରେ ବର୍ଷା ପ୍ରଭାବ କମିବ

ଭୁବନେଶ୍ୱର : ରାଜ୍ୟରେ ୨୦ ତାରିଖରୁ ତାତି ବଢ଼ିବା ସମ୍ଭାବନା । ଆଗାମୀ ୩ ଦିନ ପରେ ବର୍ଷା ପ୍ରଭାବ କମିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ଯାଏ ବିଜୁଳି, ଘଡଘଡ଼ି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମୟୂରଭଞ୍ଜ , କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଜୁଳି, ଘଡଘଡ଼ି ସହ ୫୦-୬୦ କିମି ବେଗରେ ପବନ ବହିବ। ସେହିପରି ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡଘଡ଼ି ସହ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ତା ସହ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର , ଅନୁଗୁଳ, ଢେଙ୍କାନାଳ , କନ୍ଧମାଳ, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି, ଘଡଘଡ଼ି ସହ ୪୦-୫୦ କିମି ବେଗରେ ପବନ ବହିପାରେ। ସେହିପରି ୧୯ ତାରିଖରେ ମଧ୍ୟ ବିଜୁଳି, ଘଡଘଡ଼ି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।