ରାଜ୍ୟର ୫ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ତାପମାତ୍ରା, ୨୪ ଘଣ୍ଟାରେ ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ

ଭୁବନେଶ୍ବର: ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟରେ କମିବ ତାପମାତ୍ରା । ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା କମିବ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ମଧ୍ୟ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ କମିବ ।

ରାଜ୍ୟର ୫ଟି ସ୍ଥାନରେ ୧୫ ଡିଗ୍ରୀ କିମ୍ବା ତାଠାରୁ କମ୍‌ ତାପମାତ୍ରା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସୋନପୁରର ତାପମାତ୍ରା ଥିଲା ୧୧.୮ ଡିଗ୍ରୀ ସେଲସିୟସ । ସେହିପରି ଅନୁଗୁଳ ୧୨.୬, ଦାରିଙ୍ଗବାଡି ୧୪.୦, ଝାରସୁଗୁଡା ୧୪.୧, କେନ୍ଦୁଝର ୧୫. ୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଭୂବନେଶ୍ୱରରେ ୨୦.୬ ଡିଗ୍ରୀ ଓ କଟକରେ ୧୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଭବାନୀପାଟଣା, ଫୁଲବାଣୀ, ଦାରିଙ୍ଗବାଡି ଓ ସୋନପୁର ରେ ପ୍ରବଳ କୁହୁଡ଼ି ହୋଇଥିବା ପାଣିପାଗ କେନ୍ଦ୍ର ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.