ରାଜ୍ୟକୁ ପୁଣି ଫେରିଲା ତାତି : ୪୦ ଉପରେ ୧୧ ସହର, ୪୩.୫ ଡିଗ୍ରୀ ସହ ସର୍ବାଧିକ ଉତ୍ତପ୍ତ ଝାରସୁଗୁଡ଼ା

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିଲା ତାତି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା । ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା। ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ଆଜି ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବଢ଼ିଛି ତାପମାତ୍ରା। ଟ୍ବିନ ସିଟିରେ ୩୭ ଡିଗ୍ରୀ ଛୁଇଁଛି ପାରଦ। ଦୁଇ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି। ଆସନ୍ତାକାଲି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।