ଜାଡରେ ଥରୁଛି ସାରା ରାଜ୍ୟ: ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ତାପମାତ୍ରା, ସବୁଠୁ ଥଣ୍ଡା ସହର ଫୁଲବାଣୀ

ନୂଆପଡା : ଜାଡରେ ଥରୁଛି ସାରା ରାଜ୍ୟ । ପାରଦ ଖସିବା ସହ ଶୀତ ବଢିଛି । ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ତାପମାତ୍ରା । ରାଜ୍ୟରେ ଫୁଲବାଣୀ ସବୁଠୁ ଅଧିକ ଥଣ୍ଡା ସହର ହୋଇଛି । ନୂଆପଡା ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

ସେହିପରି ସୁନାବେଡା ଅଞ୍ଚଳରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡିର ଆସ୍ତରଣ । ଶୀତ ଯୋଗୁ ଘରୁ ବାହାରକୁ ବାହାରୁନାହାନ୍ତି ଲୋକେ । ଘନ କୁହୁଡି ଯୋଗୁ ସକାଳୁ ରାସ୍ତାଘାଟ ଦେଖାଯାଉନାହିଁ । ସକାଳ ପ୍ରାୟ ୧୦ଟା ଯାଏ କୁହୁଡି ଲାଗିରହୁଛି। ସନ୍ଧ୍ୟା ହେଲେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.