ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ସେଲସିୟସ ତଳେ ୫ଟି ସହରର ତାପମାତ୍ରା

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା। ଅଧିକାଂଶ ସ୍ଥାନରେ ପାରଦ ୧୦ଡିଗ୍ରୀ ପାଖାପାଖି ରହିଛି। ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି ୫ଟି ସହରର ତାପମାତ୍ରା। ସମତଳ ଅଞ୍ଚଳରେ ସୁନ୍ଦରଗଡ଼ର କେରି ଠାରେ ୭.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ପାର୍ବତ୍ୟାଞ୍ଚଳରେ ଦାରିଙ୍ଗିବାଡ଼ିରେ ୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ୧ରୁ ୨ଡିଗ୍ରୀ ସେଲସିୟସ କମ୍‌ ରହିଛି। ଆଗାମୀ ତିନି ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିବ। ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପ୍ରବଳ ଶୀତ ସହ ଘନ କୁହୁଡି ଯୋଗୁଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବ୍ୟାହତ ହୋଇଛି ଜୀବନଯାତ୍ରା। ଆଗାମୀ ୫ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା କହିଛି ପାଣିପାଗ କେନ୍ଦ୍ର।