ରାଜ୍ୟରେ ହାଡ଼ଭଙ୍ଗା ଜାଡ଼: ୧୫ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ । ପ୍ରବଳ ଥଣ୍ଡାରେ ଥରୁଛି ପୂରା ଓଡ଼ିଶା । ରାତିରେ ଖସୁଛି ପାରଦ । ୧୫ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ କରାଯାିଛି। ୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି।

ଦାରିଙ୍ଗିବାଡି, କୋଇଡ଼ା ଓ ଫୁଲବାଣୀରେ ତୁଷାରପାତ ହୋଇଛି । ମୟୂରଭଞ୍ଜରେ ୫ଂ ତଳକୁ ଖସିଛି ପାରଦ। ଶିମିଳିପାଳ ଅଭୟାରଣ୍ୟ ଉପର ବାରାକାମୁଡ଼ାରେ ତାପମାତ୍ରା ୫ ଡିଗ୍ରୀ ରହିଛି। ଶିମିଳିପାଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ରାଜ୍ୟରେ ଆହୁରି ୨ଦିନ ଯାଏ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.