ଆହୁରି ବଢ଼ିବ ତାତି, ବିଭିନ୍ନ ସ୍ଥାନରେ ୪୦ ଟପିବ ପାରଦ

ଆହୁରି ବଢ଼ିବ ତାତି । ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ଟପିବ ପାରଦ । ଆଗାମୀ ୪ରୁ ୫ ଦିନ ଭିତରେ ତାପମାତ୍ରା ବୃଦ୍ଧି ପାଇବ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ସେଲସିୟସ କିମ୍ବା ତାଠୁ ଅଧିକ ରେକର୍ଡ ହୋଇଛି ।
ଏସବୁ ଜିଲ୍ଲାରେ ଆଗାମୀ ୪ରୁ ୫ ଦିନ ଭିତରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବାର ଆଶଙ୍କା ରହିଛି । ସେହିପରି ରାତି ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧିର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏପଟେ ତାତିକୁ ଆଖିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି SRC ।
ତାପମାତ୍ରା ବୃଦ୍ଧି ନେଇ ସତର୍କ ରହିବାକୁ ଆଲର୍ଟ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କୁ ସଚେତନ କରାଇବେ ଜିଲ୍ଲା ପ୍ରଶାସନ। ଟାଣ ଖରାରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।