ମାଘରେ ନିଦାଘର ତାତି: ଫେବ୍ରୁଆରୀରୁ କଲବଲ କଲାଣି ଖରା, ଅଧିକାଂଶ ଜିଲ୍ଲାରେ ପାରଦ ୩୦ ପାର୍

ଭୁବନେଶ୍ୱର : ଉପର ମୁହାଁ ପାରଦ । ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଡରାଇଲାଣି ଖରା । ରାଜ୍ୟରେ ପ୍ରବଳ ତାତି ସହ ଅସ୍ୱାଭାବିକ ଗରମ ଅନୁଭୂତ ହେଉଛି । ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ହୋଇଛି । ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଦିନ ତାପମାତ୍ରା । ମେଘମୁକ୍ତ ଆକାଶ ସହ ପବନର ଉତ୍ତରାୟଣ ଗତି ପାଇଁ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । କିନ୍ତୁ ହିଟ୍ ୱେବ ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ଗତକାଲି ୩୬.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ପାରଳାଖେମୁଣ୍ଡି । ଏହା ପଛକୁ ବଲାଙ୍ଗିରରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୩୫ ଡିଗ୍ରୀ ଉପରେ ରହିଛି ୩ ସହର। ଝାରସୁଗୁଡ଼ାରେ ୩୫.୬, ସୁନ୍ଦରଗଡ଼ରେ ୩୫.୪ ଏବଂ ସମ୍ବଲପୁରରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ଏଭଳି ତାପମାତ୍ରା ଲାଗି ରହିବ କୌଣସି ପରିବର୍ତ୍ତନ ହେବାର ନାହିଁ ।

ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ କୁହୁଡି ଜାରି ରହିଛି । ଘନକୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି । ଆସନ୍ତା ୨ଦିନ ଘନକୁହୁଡ଼ି ଜାରି ରହିବ । ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

 

ଆହୁରି ପଢନ୍ତୁ : ଫେବ୍ରୁଆରୀ ଆରମ୍ଭରୁ ୩୬ ଟପିଲା, ଅସମ୍ଭାଳ ହେଉଛି ତାତି