କାଳବୈଶାଖୀ ପରେ ପୁଣି ବଢିବ ତାତି, ୨୯ରୁ ହିଟୱେଭ୍ ଆଶଙ୍କା

ଭୁବନେଶ୍ୱର : କାଳବୈଶାଖୀ ପରେ ପୁଣି ବଢିବ ତାତି । ଆସନ୍ତା୨୯ରୁ ହିଟୱେଭ୍ ଆଶଙ୍କା । ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୪ଦିନରେ ତାପମାତ୍ରାରେ ପରିବର୍ତ୍ତନ ଆସିବ। ଧୀରେ ଧୀରେ ତାପମାତ୍ରା ବଢିବ । ଏବେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ କମ୍ ରହିଛି ତାପମାତ୍ରା । ୨୯ ତାରିଖ ବେଳକୁ ତାପମାତ୍ରା ବଢିବ। ସମ୍ବଲପୁର, ସୁବର୍ଣ୍ଣପୁର ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ପାଇଁ ୨୯ ତାରିଖରେ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି । କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଟପିପାରେ ।
ସେହିପରି କିଛି ଦିନର ବ୍ୟବଧାନ ପରେ ଗତକାଲି ପୁଣିଥରେ ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଛି । ଏହାବ୍ୟତୀତ ସୁବର୍ଣ୍ଣପୁରରେ ୩୭.୬, ଝାରସୁଗୁଡ଼ାରେ ୩୭.୫, ସମ୍ବଲପୁରରେ ୩୭.୪, ମାଲକାନଗିରିରେ ୩୭.୩ ଡିଗ୍ରି ରହିଥିଲା ।
ଆହୁରି ପଢ଼ନ୍ତୁ : କମିଲା କାଳବୈଶାଖୀ ପ୍ରଭାବ, ଆଜିଠାରୁ ପୁଣି ମୁଣ୍ଡଫଟା ଖରା