ଭୟଙ୍କର ହେଉଛି ଗ୍ରୀଷ୍ମ ପ୍ରବାହ : ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ୪୫.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ପୁଣି ଜଳିଲା ସାରା ଓଡ଼ିଶା । ଭୟଙ୍କର ହେଉଛି ଗ୍ରୀଷ୍ମ ପ୍ରବାହ। ଆଗାମୀ ଦୁଇରୁ ୩ ଦିନ ଭିତରେ ଦିନ ତାପମାତ୍ରାରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୫ ଡିଗ୍ରୀ ବୃଦ୍ଧି ହେବ। ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ୪୩ରୁ ୪୫ ଡିଗ୍ରୀ ମଧ୍ୟରେ ପାରଦ ରହିବ । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆହୁରି ୪୮ ଘଣ୍ଟା ତାତି ରହିବ ।  ଆଜି ପୁଣି ୪୫ ଡିଗ୍ରୀ ଅତିକ୍ରମ କଲା ତାତି । ଆଭ୍ୟନ୍ତରୀଣରେ ଅସମ୍ଭାଳ ତାତି ଓ ଉପକୂଳରେ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ୪୫.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର । ସମ୍ୱଲପୁରରେ ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ସମ୍ୱଲପୁରରେ ୪୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ବେଳେ ହୀରାକୁଦରେ ୪୪.୮ ଡିଗ୍ରୀ ଓ ରାଉରକେଲାରେ ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ କେରଳ ଛୁଇଁବ ମୋସୁମୀ । ଏପେଟ ରାଜ୍ୟରେ ୧ଓ ୨ ତାରିଖ ବେଳକୁ କାଳବେଶାଖୀ ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାତିରୁ କିଛିଟା ଆଶ୍ୱସ୍ତି ମିଳିବ ।

You might also like