ଜଳୁଛି ପଶ୍ଚିମ ଓ଼ଡ଼ିଶା: ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର
ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେଠାରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ପାରଦ ରହିଛି ୪୦.୬ ଡିଗ୍ରୀ ସେଲସିୟସ୍ । ଭୁବନେଶ୍ୱର ଓ ହୀରାକୁଦରେ ୩୯.୬ ଡିଗ୍ରୀ ସେଲସିୟସ୍ ଲେଖାଏ ତାପମାତ୍ରା ରେକର୍ଡ ହୋଇଛି ।
(କେନ୍ୟୁଜ): ପଶ୍ଚିମ ଓଡ଼ିଶାରେ ତାତି । ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ସକାଳ ସାଢ଼େ ୮ଟାରୁ ଟାଇଁ ଟାଇଁ ଖରା । ଦିନ ୧୧ଟା ସୁଦ୍ଧା ତାତି ଅସମ୍ଭାଳ ହେଉଛି । ଜଳୁଛି ପଶ୍ଚିମ ଓ଼ଡ଼ିଶା । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେଠାରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ପାରଦ ରହିଛି ୪୦.୬ ଡିଗ୍ରୀ ସେଲସିୟସ୍ । ଭୁବନେଶ୍ୱର ଓ ହୀରାକୁଦରେ ୩୯.୬ ଡିଗ୍ରୀ ସେଲସିୟସ୍ ଲେଖାଏ ତାପମାତ୍ରା ରେକର୍ଡ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ପ୍ରବଳ ତାତି ଯୋଗୁ ଭୂପୃଷ୍ଠ ଗରମ ରହୁଛି । ଏହି ସମୟରେ ରାଜ୍ୟକୁ ସାମୁଦ୍ରିକ ଜଳୀୟ ବାଷ୍ପପୂରର୍ଣ୍ଣ ବାୟୁ ପ୍ରବେଶ ଯୋଗୁ କାଳବୈଶାଖୀ ଜନିତ ପରିସ୍ଥିତି ସୃଷ୍ଟି ହେଉଛି । ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୪ ଦିନ ଯାଏ କାଳବୈଶାଖୀ ପ୍ରଭାବ ଜାରି ରହିବ । ବିଶେଷ କରି ଉପକୂଳବର୍ତ୍ତୀ ଓ କିଛି ଆଭ୍ୟନ୍ତରୀଣ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ପାଇଁ କେନ୍ଦ୍ରାପଡ଼ା, ଜଗତସଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ କାଳବୈଶାଧୀ ପାଁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।