ଆହୁରି ୨୪ ଘଣ୍ଟା କଲବଲ କରିବ ତାତି : ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ, ୪ ରୁ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ଆହୁରି ଦିନ ଗ୍ରୀଷ୍ମ ପ୍ରବାହ ସହ ଆହୁରି ୨୪ ଘଣ୍ଟା କଲବଲ କରିବ ତାତି । ଅସମ୍ଭାଳ ତାତି ସହ ୪୩ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେଣୁ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟାରେ କଳାହାଣ୍ଡି, ବଲାଙ୍ଗୀର,ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା ଓ ଢେଙ୍କାନାଳ ଏହି ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ଗଜପତି, ଗଂଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଵର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ସେହିପରି ଆସନ୍ତାକାଲି କିଛି ଜିଲ୍ଲାରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡା ଏହି ୬ ଜିଲ୍ଲାକୁ ପ୍ରବଳ ଖରା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ଗଜପତି, ଗଂଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଵର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତାକାଲି ଠାରୁ ହିଁ ତାପମାତ୍ରା ଧୀରେ ଧୀରେ କମିବା ସହ ଆଉ ହିଟ ୱେଭ ର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ବିଭାଗ।୨ ଦ୍ଦିନ୩ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବ। ୩୦ ତାରିଖ ପରେ ହାଲ୍କା ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ୨,୩ ଓ ୪ ତାରିଖରେ ହାଲକା ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ୨ ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମେଘୁଆ ପାଗ ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ସମ୍ଭାବନା।ସେହିପରି ୩ ରେ ମାଲକାନଗିରି,କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡା ଓ ୪ ରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲ୍କା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
ଗତ ୨୪ ଘଂଟାରେ ୧୮ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଝାରସୁଗୁଡ଼ାରେ ରେକର୍ଡ ହୋଇଛି।ସେହିପରି ସମ୍ବଲପୁର ୪୧.୬ ,ହୀରାକୁଦ ୪୧.୨,ରାଉଲକେଲା ଓ ଓ ଚାନ୍ଦବାଲି ୪୦. ୪ ଓ ଭୁବନେଶ୍ୱର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।