ପଶ୍ଚିମାଭିମୁଖୀ ମହାଶମ୍ଭୁ ଶ୍ରୀ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ମହାଦେବଙ୍କ ପୀଠରେ ରୁଦ୍ର ମହାଯଜ୍ଞ, ଯୋଗ ଦେଲେ ଶତାଧିକ ମାନସିକଧାରୀ

ଆରମ୍ଭ ହୋଇଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅଧୀନ ହରିପୁର ଗ୍ରାମରେ ପଶ୍ଚିମାଭିମୁଖୀ ମହାଶମ୍ଭୁ ଶ୍ରୀ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଚତୃବିଂଶ (୨୪) ବର୍ଷ ନିମନ୍ତେ ରୁଦ୍ର ମହାଯଜ୍ଞ । ଏହି ପବିତ୍ର ଯଜ୍ଞରେ ହଜାର ହଜାର ମାନସିକଧାରୀ ଜଳଯାତ୍ରାରେ ଯୋଗ ଦେଇଥିଲେ।

ଖୋର୍ଦ୍ଧା( କେନ୍ୟୁଜ): ଆରମ୍ଭ ହୋଇଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅଧୀନ ହରିପୁର ଗ୍ରାମରେ ପଶ୍ଚିମାଭିମୁଖୀ ମହାଶମ୍ଭୁ ଶ୍ରୀ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଚତୃବିଂଶ (୨୪) ବର୍ଷ ନିମନ୍ତେ ରୁଦ୍ର ମହାଯଜ୍ଞ । ଏଥିରେ ୬ଟି ଜିଲ୍ଲାର ୩୮ ଶମ୍ଭୁ ମିଳନ ଏବଂ ମା ନବଦୁର୍ଗାଙ୍କର ଯୋଗଦାନ ହୋଇଛି। ଏହି ପବିତ୍ର ଯଜ୍ଞରେ ହଜାର ହଜାର ମାନସିକଧାରୀ ଜଳଯାତ୍ରାରେ ଯୋଗ ଦେଇଥିଲେ।

ଅସହ୍ୟ ଗରମକୁ ଖାତିର ନକରି ଉଭୟ ପୁରୁଷ ଏବଂ ମହିଳା ଶ୍ରଦ୍ଧାଳୁ ମାନେ ମୁଣ୍ଡରେ କୁମ୍ଭ ମୁଣ୍ଡାଇ ଜଳଯାତ୍ରାରେ ଯୋଗଦେଇଥିଲେ। ପୌରାଣିକ ମତ ଅନୁଶାରେ ଏହି ପବିତ୍ର ଯଜ୍ଞରେ ଯେଉଁ ଶ୍ରଦ୍ଧାଳୁ ମାନେ ମାନସିକ କରି ଯଜ୍ଞରେ ସଭ୍ୟ ପଦ ଗ୍ରହଣ କରନ୍ତି ସେମାନଙ୍କର ମନସ୍କାମନା ପୂରଣ ହୋଇଥାଏ। ସେଥିପାଇଁ ପୁରୀ ଖୋର୍ଦ୍ଧା କଟକ ନୟଗଡ଼ ଗଂଜାମ ଏବଂ କଳାହାଣ୍ଡି ଜିଲ୍ଲାରୁ ଶ୍ରଦ୍ଧାଳୁ ମାନେ ଆସି ଏହି ଯଜ୍ଞରେ ମାନସିକ କରିଥାନ୍ତି । ଖୋର୍ଦ୍ଧା ଏହି ଯଜ୍ଞର ପୂର୍ଣ୍ଣାହୁତି ଦିବସ ଆସନ୍ତା ୨୦ ତାରିଖରେ ସମାପନ ହେବ ।