କଟକ(କେନ୍ୟୁଜ୍) : ଆସନ୍ତାକାଲି (ବୁଧବାର) ଠାରୁ କଟକ ଜିଲ୍ଳାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି କଟକ ଜିଲ୍ଲାପାଲ ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ସବୁ ଖୋଲିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା, ଭଟ୍ଟାରିକା ପୀଠ ଓ ବାବା ଧବଳେଶ୍ବରଙ୍କ ପୀଠ କୋଭିଡି କଟକଣା ମଧ୍ୟରେ ଖୋଲିବ। କଟକ ମହାନଗରରେ ଥିବା ଧର୍ମାନୁଷ୍ଠାନ ଖୋଲିବା ନେଇ ସିଏମ୍ସି ନିଷ୍ପତ୍ତି ନେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ ଯେ କୋଭିଡ ପାଇଁ ପ୍ରାୟ ୩ ମାସରୁ ଅଧିକ ସମୟ କଟକ ଜିଲ୍ଲାର ଧର୍ମାନୁଷ୍ଠାନଗୁଡିକ ବନ୍ଦ ରହିଥିଲା ।