ଲଗାଣ ବର୍ଷାରେ ଭୁଶୁଡିଲା ଅସ୍ଥାୟୀ ରାସ୍ତା, ଛାତ୍ରଛାତ୍ରୀ ଯାଇପାରୁ ନାହାଁନ୍ତି ସ୍କୁଲ୍‌ କଲେଜ

ନବରଙ୍ଗପୁର : ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା । ସୃଷ୍ଟି ହେଲା ୮ ଫୁଟ ର ଘାଇ । ଫଳରେ ରାସ୍ତାକଡ଼ରେ ଗାଡି ଗୁଡିକ ଠିଆ ହୋଇ ରହିଛି l ତେଣୁ, ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଅନ୍ୟପଟେ ନବରଙ୍ଗପୁର ପୂର୍ତ୍ତ ବିଭାଗ ଅଧିକାରୀ ସେଠାରେ ପହଞ୍ଚି ଘାଇକୁ ମାଟି ଓ ବାଲି ବସ୍ତା ପକାଇ ସମତଳ କରିବାକୁ ଚେଷ୍ଟା କରୁଛନ୍ତି l

ନବରଙ୍ଗପୁର ଜିଲ୍ଲାରେ ଦୁଇଦିନର ଲଗାଣ ବର୍ଷାରେ କହ୍ନେଇମୁଣ୍ଡା ଗାଁ ନିକଟରେ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇ ୮ ଫୁଟର ଘାଇ ସୃଷ୍ଟି ହୋଇଛି l ସେଠାରେ ନବରଙ୍ଗପୁର ପୂର୍ତ୍ତ ବିଭାଗ ପକ୍ଷରୁ ୫.୦୪ କୋଟି ଟଙ୍କା ବ୍ୟୟରେ ସୁଉଚ୍ଚ ସେତୁ ନିର୍ମାଣ କରାଯାଉଥିବାରୁ ଲୋକଙ୍କ ଗମନାଗମନ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା l ବର୍ତ୍ତମାନ ସେଠାରେ ୮ ଫୁଟର ଘାଇ ସୃଷ୍ଟି ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି l

ତେବେ, ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କ ଘାଇକୁ ସମତଳ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଉକ୍ତ ରାସ୍ତା ଦେଇ ଯାତାୟାତ ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇପାରୁନଥିବା ବେଳେ ପୋଲିସ ସେଠାରେ ଜଗିରହିଥିବା ଦେଖିବାକୁ ମିଳିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.