୩୬ ଡିଗ୍ରୀ ପାର୍ ପାରଦ, ଆହୁରୀ ଦୁଇରୁ ୩ ଡିଗ୍ରୀ ପର୍ଯନ୍ତ ବୃଦ୍ଧି ପାଇବ ତାପମାତ୍ରା
ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ସର୍ବାଧିକ ୩୯.୬ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ଭୁବନେଶ୍ୱର ଓ ଚାନ୍ଦବାଲିର ତାପମାତ୍ରା ୩୯ ଡିଗ୍ରୀ ରହିଛି। ହାରାକୂଦ ତାପମାତ୍ରା ୩୭.୬, ବାଲେଶ୍ୱରରେ ୩୬. ୪ ଓ କେନ୍ଦୁଝରର ତାପମାତ୍ରା ୩୬. ୨ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି।

କେନ୍ୟୁଜ୍(ବ୍ୟୁରୋ): ବଢ଼ି ଚାଲିଛି ତାତିର ପ୍ରକୋପ । ଏବେ ଭାରି କଷ୍ଟ ଦେଉଛି ଗରମ ଓ ଗୁଳୁଗୁଳି। ଦିନ ସାଢେ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ସର୍ବାଧିକ ୩୯.୬ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ଭୁବନେଶ୍ୱର ଓ ଚାନ୍ଦବାଲିର ତାପମାତ୍ରା ୩୯ ଡିଗ୍ରୀ ରହିଛି। ହାରାକୂଦ ତାପମାତ୍ରା ୩୭.୬, ବାଲେଶ୍ୱରରେ ୩୬. ୪ ଓ କେନ୍ଦୁଝରର ତାପମାତ୍ରା ୩୬. ୨ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି।
ବାୟୁମଣ୍ଡଳର ତଳ ଭାଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ଦୁଇରୁ ୩ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ଦୁଇରୁ ୩ ଡିଗ୍ରୀ ପର୍ଯନ୍ତ ବୃଦ୍ଧି ପାଇବ। ତେବେ ବର୍ତ୍ତମାନ ଯେଉଁ ତାପମାତ୍ରା ରହିଛି ଏହା ସ୍ୱାଭାବିକ ତାପମାତ୍ରା ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପଟେ ପାଣିପାଗ ବିଭାଗର ଆକଳନ ଅନୁସାରେ କମିବ କାଳବୈଶାଖୀ । ଫଳରେ ତାପମାତ୍ରା ୪୦ ଡିଗ୍ରୀ ଟପି ପାରେ । ତେଣୁ ଆଗକୁ ଭୀଷଣ ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ।