ଇରେଡାର ସିଏସ୍ଆର୍ ଅଭିଯାନ: ଶ୍ରୀଜଗନ୍ନାଥ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ବ୍ୟାଟେରୀ ଚାଳିତ ଯାନର ଲୋକାର୍ପଣ
ପୁରୀ: ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୧୦ଟି ବ୍ୟାଟେରୀ ଚାଳିତ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ଅକ୍ଷୟ ଶକ୍ତି, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଥିଲା । ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଆଇଆର୍ଇଡିଏ)ର ସିଏସ୍ଆର କାର୍ଯ୍ୟକ୍ରମ ଅଧୀନରେ ଏହା କରାଯାଇଛି । ପରିବେଶ ଅନୁକୂଳ ଗମନାଗମନକୁ ପ୍ରୋତ୍ସାହିତ କରିବା ଏବଂ ସମ୍ମାନଜନକ ଐତିହ୍ୟ ସ୍ଥଳରେ ପର୍ଯ୍ୟଟକଙ୍କ ପାଇଁ ଯାନ ଉପଲବ୍ଧତାରେ ଉନ୍ନତି ଆଣିବା ହେଉଛି ଏହାର ଉଦ୍ଦେଶ୍ୟ ।
ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଗାଡି ଚାବି ହସ୍ତାନ୍ତର କରିଥିଲେ । ଏହି ଅବସରରେ ଶ୍ରୀ ଯୋଶୀ ସାଂସ୍କୃତିକ ସ୍ଥଳରେ ଥିବା ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସିଏସ୍ଆର ପ୍ରକଳ୍ପକୁ ସମର୍ଥନ କରିବାରେ ଇରେଡାର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ଇରେଡାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଐତିହ୍ୟ ସ୍ଥଳଗୁଡ଼ିକର ୧୦ଟି ପରିବେଶ ଅନୁକୂଳ ଯାନ ହସ୍ତାନ୍ତର କରି ଇରେଡା ଗର୍ବିତ ବୋଲି କହିଥିଲେ ।
ଉତ୍ସବରେ ଇରେଡାର ଅର୍ଥନୈତିକ ବିଭାଗ ନିର୍ଦ୍ଦେଶକ ଡ. ବି.କେ. ମହାନ୍ତିଙ୍କ ସମେତ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆରଇ), ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଇରେଡାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ଇରେଡାର ସିଏମ୍ଡି ଓ ଏମଏନ୍ଆରଇ ଏବଂ ଇରେଡାର ଅନ୍ୟ ଅଧିକାରୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର କଳାକୃତି ପ୍ରସ୍ତୁତ କରିଥିଲେ ।