ପୋଲିସ ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ଟଳିପଡିଲେ ୧୦ ମାଓବାଦୀ । ପୋଲିସ ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ। ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର । ଘଟଣାସ୍ଥଳରୁ ଇନସାସ୍, ଏକେ-୪୭, SLR , ୩ଟି ବନ୍ଧୁକ ଓ ମ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି  । DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି ।  ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ । ଆଜି ସକାଳୁ ଚାଲିଥିଲା ସର୍ଚ୍ଚ ଅପରେସନ । ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଗୁଳିବିନିମୟ ।

ସେହିପରି ଓଡିଶା- ଛତିଶଗଡ ସୀମାନ୍ତରେ ଦୁଇ ରାଜ୍ୟର ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ନୂଆପଡା ଜିଲ୍ଲା ଓ ଛତିଶଗଡ ଗରିଆବନ୍ଧ ଜିଲ୍ଲା ସୀମାନ୍ତରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଛି । ମାଓ ଅପରେସନରେ ନୂଆପଡା ଜିଲ୍ଲାର ୫ ଟି ଏସଓଜି ଟିମ ସହ ନବରଙ୍ଗପୁର ଏବଂ ପଡୋଶୀ ଛତିଶଗଡର ଯବାନମାନେ ସାମିଲ ଥିଲେ ।  ଛତିଶଗଡ ଗରିଆବନ୍ଧ ଜିଲ୍ଲା ଯୁଗାଡ଼ ଥାନା ଅନ୍ତର୍ଗତ କୁମକୁଟ ଓ ଦେବଝର ଜଙ୍ଗଲରେ ଟପ ମାଓନେତାମାନେ ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିଲେ । ଏନେଇ ଗୁଇନ୍ଦା ବିଭାଗରୁ ସୂଚନା ଖବରପାଇବା ପରେ ସେହି ଅଂଚଳରେ ଦୁଇ ରାଜ୍ୟର ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ କରାଯାଇଥିଲା ।

You might also like