ରାଜ୍ୟ

କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଅନିୟମିତତା : ବାଲାନ୍‌ସ ସିଟ୍ ଯାଞ୍ଚ ଆରମ୍ଭ, ସମସ୍ତ ଚାଟାର୍ଡ ଫାର୍ମକୁ ଚିଠି ଲେଖିଲା ବିଭାଗ

କେନ୍ଦୁଝର : ଆହୁରି ଜୋର ଧରିଲା ଟେଣ୍ଡର ଦୁର୍ନୀତିର ଯାଞ୍ଚ । କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଅନିୟମିତତାରେ ଏକାଧିକ ଠିକା ସଂସ୍ଥାର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି । ଏବେ ୩୬ଟି ପ୍ୟାକେଜ ପାଇଁ ଆବେଦନ କରିଥିବା ସମସ୍ତ ଠିକା ସଂସ୍ଥାର ବାଲାନ୍ସ ସିଟ୍, ଲାଭ କ୍ଷତି ଷ୍ଟେଟମେଣ୍ଟ ଯାଞ୍ଚ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଏହିକ୍ରମରେ ସମସ୍ତ ଠିକା ସଂସ୍ଥାର ବାଲାନ୍ସ ସିଟ୍ ପ୍ରସ୍ତୁତ କରିଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମକୁ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚିଠି ଲେଖି ଏହାର ସତ୍ୟତା ଜଣାଇବାକୁ ଅନୁରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୭ ତାରିଖରେ ନୋଟିସ ନମ୍ବର-୨୨୪୦ରେ ୩୬ଟି ରାସ୍ତା କାମପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଆବେଦନକାରୀଙ୍କ ମଧ୍ୟରୁ ଅଧିକାଂଶ ଜାଲ୍ ବାଲାନ୍ସ ସିଟ୍ ଏବଂ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟ୍ମେଣ୍ଟ ଦେଇଥିବା ନେଇ ଠିକାଦାର ଗଦାଧର ନାୟକ, ସୁରେନ୍ଦ୍ର ଭୂୟାଁ, ରବୀନ୍ଦ୍ର କୁମାର ସାହୁ, ଦେବେନ୍ଦ୍ର ଜେନାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଏମିତିକି ଏହି ଘଟଣାରେ ଠିକାଦାର ଦେବେନ୍ଦ୍ର ଜେନାଙ୍କୁ କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରିଛି।

ଅଧିକାଂଶ ଆବେଦନକାରୀଙ୍କ ବାଲାନ୍ସ ସିଟ୍, ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟ୍ମେଣ୍ଟ ଜାଲିଆତି ବୋଲି ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମସ୍ତଙ୍କ ଠିକାସଂସ୍ଥାର ବାଲାନ୍ସ ସିଟ୍ ଏବଂ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟ୍ମେଣ୍ଟ ଯାଞ୍ଚ ପାଇଁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଚିଠି ନମ୍ବର-୫୦୭ରେ ଈଶ୍ବର ଚନ୍ଦ୍ର ବଡ଼ପଣ୍ଡାଙ୍କ ଦସ୍ତାବିଜ ଅସଲି କି ନକଲି ଜାଣିବାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ଏସ୍ଡିଆର୍ ଆଣ୍ଡ ଆସୋସିଏଟ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଠି ଲେଖିଛି। ସେହିପରି କମଳାକାନ୍ତ ଥମ୍ବଙ୍କ ବାଲାନ୍ସ ସିଟ୍, ପ୍ରଫ୍ରିଟ୍ ଆଣ୍ଡ ଲସ୍ ଷ୍ଟେଟ୍ମେଣ୍ଟ ଯାଞ୍ଚ ପାଇଁ ଚାଟାର୍ଡ ଫାର୍ମ ସାହୁଶର୍ମା ଆଣ୍ଡ ଆସୋସିଏଟ୍‌ସକୁ ଚିଠି ହୋଇଛି ।

ଜଗଦୀଶ ବଡ଼ପଣ୍ଡାଙ୍କ ଦସ୍ତାବିଜ ପାଇଁ ସାମଲ ଆସୋସିଏଟ୍‌କୁକୁ, ଶ୍ରୀକାନ୍ତ ଆସୋସିଏଟ୍କୁ ଚିଠି ନଂ-୫୦୩, ଘନଶ୍ୟାମ ସାମଲଙ୍କ ଦସ୍ତାବିଜ ପାଇଁ ଏସ୍ଡିଆର୍ ଆଣ୍ଡ ଆସୋସିଏଟ୍‌କୁ, ପ୍ରତୀକ କନଷ୍ଟ୍ରକ୍ସନର ବାଲାନ୍ସ ସିଟ୍ ଏବଂ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟ୍ମେଣ୍ଟ ଯାଞ୍ଚ କରିବାକୁ ଡାନସ୍ପାର୍କ ଆଣ୍ଡ କୋ’କୁ ଚିଠି ଲେଖିଛି ଗ୍ରାମ୍ୟ ଉନ୍ନୟନ ବିଭାଗ।

ସେହିପରି ଅନ୍ୟ କେତେଜଣ ଠିକଦାର ଓ ଠିକାସଂସ୍ଥାର ବାଲାନ୍ସ ସିଟ୍ ଏବଂ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟ୍ମେଣ୍ଟ ସମ୍ପର୍କରେ ଯାଞ୍ଚ ପାଇଁ ସେମାନଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ପାଖକୁ ଚିଠି କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

 

 

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

10 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

20 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

54 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago