ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ଉତ୍ତେଜନା । ମାର୍କେଟରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ଗିରଫ ଦାବିରେ ତେଜିଲା ଉତ୍ତେଜନା । ଏଜି ଓ ରାଜମହଲ ରାସ୍ତା ଅବରୋଧ କଲେ କ୍ଷତିଗ୍ରସ୍ତ ଦୋକାନୀ । ଫଳରେ ରାସ୍ତା ଉପରେ ଏକ ଚାପା ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି । କ୍ୟାପିଟାଲ ଥାନା ସାମନାରେ ଥିବା ମାର୍କେଟରେ ହୋ-ହାଲ୍ଲା କରୁଛନ୍ତି । ନିଆଁ ଲଗାଇଥିବା ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଏଥିସହ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହେଉଥିବା ଚକ୍ରାନ୍ତକୁ ବିରୋଧ କରାଯାଇଛି ।
Also read: ଓଡ଼ିଶାରୁ ରାଜ୍ୟସଭା ଯିବେ କି ନିତିନ ନବୀନ? ବିଜେପିର ସଂସଦୀୟ ବୋର୍ଡ ନେବ ଚୂଡ଼ାନ୍ତ ନିଷ୍ପତ୍ତି