ଅନୁଗୋଳ : ମାତ୍ର ୫୦ ଟଙ୍କା ପାଇଁ ମହାଭାରତ । ଟାଙ୍ଗିଆ ଚୋଟରେ ବାପା, ମାଆ ଓ ପୁଅ ଲହୁଲୁହାଣ । ଅନୁଗୋଳ ଜରପଡ଼ା ଥାନା କୁଶିକିଳା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଆହତ ଲବଙ୍ଗ ସାହୁ ତାଙ୍କ ସ୍ବାମୀ ଓ ପୁଅ ଲିକୁ ସାହୁ । ଚିକିତ୍ସା ପାଇଁ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆକ୍ରମଣକାରୀ ହେଉଛନ୍ତି ପୁତୁରା ଚିଣ୍ଟୁ ସାହୁ ଓ ତାଙ୍କ ବାପା ଭୁବନୀ ସାହୁ । ପୁଅ ପକେଟରୁ ୫୦ ଟଙ୍କା କିଏ ଚୋରି କରିଛି ବୋଲି ଲବଙ୍ଗ ଗାଳି କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଭୁବନୀ ଓ ଚିଣ୍ଟୁ ଲବଙ୍ଗ, ତାଙ୍କ ସ୍ବାମୀ ଓ ପୁଅକୁ ଟାଙ୍ଗିଆ ଏବଂ ରଡରେ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ବାପା-ପୁଅ ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।