ରାଜ୍ୟ

କୁକୁର ପାଇଁ ମହାଭାରତ : କାମୁଡ଼ି ଖଣ୍ଡିଆ କଲା ପରେ ବିଦା ହେଲା ପୋଷା ଜୀବ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ଭୁବନେଶ୍ୱରର ନନ୍ଦନକାନନ ରୋଡ ତପସ୍ୱୀ କ୍ୟ୍ଯାମ୍ପସରେ ଘଟିଛି ଏକ ଅଘଟଣ । ଜଣେ ନାବାଳକକୁ କୁକୁର କାମୁଡ଼ି ଆହତ କରିବା ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ଯାହା ସୂଚନା ରହିଛି ତପସ୍ୱୀ କ୍ୟାମ୍ପସରେ ପରିବାର ସହ ରହୁଛନ୍ତି ଶ୍ରାବଣୀ ପଟ୍ଟନାୟକ । ତାଙ୍କର ଗୋଟିଏ ପୋଷା କୁକୁର ଅଛି ।ଗତ ରବିବାର ଦିନ ଶ୍ରାବଣୀଙ୍କ ପୋଷା କୁକୁରଟିକୁ ଚେନ୍‌ରେ ବାନ୍ଧି ନିଜ ସାହିରେ ବୁଲାଉ ଥିବା ବେଳେ ପଡୋଶୀ ରୁତୁରାଜ ଖଟୋଇଙ୍କ କୁନି ପୁଅର ସାଇକେଲ ଚଳାଉ ଥିଲା । ଏହି ସମୟରେ ପିଲାଟି ଭାରସାମ୍ୟ ହରାଇ ସାଇକେଲ ସହ କୁକୁର ଉପରେ ପଡ଼ି ଯାଇଥିଲା । ଫଳରେ କୁକୁରଟି ପିଲାଟିକୁ କାମୁଡି ଦେଇଥିଲା ।କୁକୁରର ମାଲିକାଣୀ ପିଲାଟିକୁ ତୁରନ୍ତ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ।

ହେଲେ ଏହି ଘଟଣାକୁ ନେଇ ତପସ୍ୱୀ କ୍ଯାମ୍ପସର କିଛି ଲୋକ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।କୁକୁର ମାଲିକଙ୍କୁ ଇନଫୋସିଟି ଥାନାକୁ ଡାକି ଥାନା ଅଧିକାରୀ ଦୁଇଦିନ ଭିତରେ ପୋଷା କୁକୁରଟିକୁ ଘରୁ ବାହାର କରିବାକୁ ଚାପ ପକାଇଥିଲେ । ଅନ୍ୟପକ୍ଷରେ ପୋଷା କୁକୁର ସୁରକ୍ଷା ଓ ତାର ବଞ୍ଚିବାର ଅଧିକାରକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।ଖାଲି ଏତିକି ନୁହେଁ ଆହତ ହୋଇଥିବା ଛୋଟ ପିଲାଟିର ପରିବାର ଲୋକେ ଶ୍ରାବଣୀ ପଟ୍ଟନାୟକଙ୍କୁ ଏସିଡ ପକାଇ ମାରିବା ପାଇଁ ମଧକ ଦେଇଥିବା ଶ୍ରାବଣୀ ଅଭିଯୋଗ କରିଛନ୍ତି। ଏହାର ସିସିଟିଭି ଫୁଟେଜ ମଧ୍ୟ ଏବେ ସମ୍ନାକୁ ଆସିଛି ।

ତେବେ ବୁଝାମଣା ପରେ କୁକୁର ‘ସିଜର’କୁ ତପସ୍ୱିନୀ କ୍ୟାମ୍ପସରୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

 

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

23 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago