କରଞ୍ଜିଆ ଉପଖଣ୍ଡ ହସ୍ପିଟାଲରେ ଆକ୍ରମଣ ଘଟଣା, ଅଧିକାଂଶ ଡାକ୍ତର ଛୁଟିରେ ଥିବାରୁ ୮୦ ଭାଗ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର
କରଞ୍ଜିଆ(କେନ୍ୟୁଜ୍):କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଦେଖିବାକୁ ମିଳୁଛି ଅଭାବନୀୟ ଘଟଣା । ଗତ ସମବାର ରୋଗୀ ମୃତ୍ୟୁକୁ ନେଇ ରୋଗୀର ସମ୍ପର୍କୀୟ ଡାକ୍ତରଙ୍କୁ ଠେଲା ପେଲା କରିବା ସହିତ ମାଡ ମାରିବା ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ୨୨ ତାରିଖ ଦିନ ମନ୍ଦାକିନି(ମୃତକ)ଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ପରିବାର ଲୋକେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ। ସେହି ସମୟରେ ଡାକ୍ତରଖାନାରେ ଡାକ୍ତର ଲକ୍ଷ୍ମୀଧର ମହାନ୍ତ ଡିଉଟିରେ ଥିଲେ । ଡାକ୍ତର ରୋଗୀର ପେଟ ବ୍ୟଥା ଏବଂ ବାନ୍ତି ହେଉଥିବା କାରଣରୁ ଅନ୍ୟ ବିଭାଗକୁ ନେବା ପାଇଁ କହିଥିଲେ। ତେବେ ସୋମବାର ୮ ଟା ୪୦ ରେ ରୋଗୀର ମୃତ୍ୟୁ ଘଟିଥିଲା ।
ରୋଗୀର ମୃତ୍ୟୁ ହେବା ପରେ ଡାକ୍ତରଖାନାରେ ସମ୍ପର୍କୀୟ ମାନେ ପାଟି ତୁଣ୍ଡ କରିଥିଲେ । ଯାହାଫଳରେ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀ ମୃତକଙ୍କ ପାଖକୁ ଯାଇଥିଲେ। ଠିକ୍ ସେତିକିବେଳେ ପରିବାର ଲୋକେ ଚିକିତ୍ସା ଅବହେଳାରେ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତଙ୍କୁ ଠେଲା ପେଲା କରିବା ସହିତ ମାଡ ମାରିଥିବା ଦେଖିବାକୁ ମିଳିଥିଲା ।
ଏହାସହ ପଢନ୍ତୁ:
ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେରଫେର୍ ମାମଲାରେ ନୂଆ ଟ୍ଵିଷ୍ଟ, ଘଟଣା ପଛରେ କାର୍ଯ୍ୟାଳୟର କିଛି…
ସଂପୃକ୍ତ ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ, ସ୍ଥାନୀୟ ବୁଦ୍ଧିଜୀବୀ, ଆଇନଜୀବୀ,ଏବଂ ଡାକ୍ତରଖାନା କତୃପକ୍ଷ ବୁଝାସୁଝା କରିବା ପରେ ଉତ୍ତେଜନା କମିଥିଲା । ଗତକାଲି କରଞ୍ଜିଆ ଡାକ୍ତରଖାନାରେ ଅଧିକାଂଶ ଡାକ୍ତର ଛୁଟିରେ ଥିବା ନେଇ ଡାକ୍ତରଖାନାର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଚିକିତ୍ସାଳୟର ୮୦ ଭାଗ ରୋଗୀମାନକୁ ଅନ୍ୟତ୍ର ପଠାଇ ଦିଆଯାଇଛି। ଏହି ଘଟଣା ଏବେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲିଟିଛି ।
ଡାକ୍ତର ମାନଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନା ପସନ୍ଦ କରାଯାଉଛି । କରଞ୍ଜିଆ ଡାକ୍ତରଖାନାରେ ଏକ ପ୍ରକାରର ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ରୋଗୀ ଆକ୍ରମଣ ଘଟଣାରେ ଦୁଇଜଣ ଡାକ୍ତର ପୃଥକ ପୃଥକ ଥାନାରେ ମାମଲା ରୁଜୁ କରିବା ସହିତ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।