ଭୁବନେଶ୍ୱର : ଅପରେସନ୍‌ ବେଳେ ଛାତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା, ଘରୋଇ ହସପିଟାଲରେ ପୋଲିସ୍‌ ମୁତୟନ

ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ଛାତ୍ରର ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସପିଟାଲରେ ଏବେ ଏହାକୁ ନେଇ ଭୀଷଣ ଉତ୍ତେଜନା ଲାଗି ରହିଛି । ପୋଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ମୃତ ପିଲାର ବାପା ମା ଏବଂ ସ୍ଥାନୀୟ ବାସିନ୍ଦା ସେଠାରେ ଧାରଣାରେ ବସିଛନ୍ତି ।

USTI-3

ମିଳିଥିବା ସୂଚନା ଅନୁସାରେ ଭରତପୁର ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ ପଣ୍ଡାର ଆଜି ଏହି ହସପିଟାଲକୁ ଚିକିତ୍ସା ପାଇଁ ଆସିଥିଲା । ତାର ହାତ ଭାଙ୍ଗି ଯାଇଥିଲା । ତେବେ ଅପରେସନ୍‌ ବେଳେ ତାର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଅଧିକ ଆନାସ୍ଥେସିଆ ଦିଆଯିବାରୁ ଶୁଭମର ମୃତ୍ୟୁ ହେଲା । ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁଁ ମୋ ପୁଅ ମରିଗଲା ବୋଲି ଶୁଭମର ବାପା କହିଛନ୍ତି । ତେବେ ଅଭିଯୋଗକୁ ହସପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.