କୋଭିଡ ହସ୍ପିଟାଲରେ ଉତ୍ତେଜନା, ନର୍ସଙ୍କୁ ଡବଲ୍‌ ଡୋଜ୍‌ ଦେଉଥିଲେ ଅନ୍ୟଜଣେ ନର୍ସ

ସମ୍ବଲପୁର (କେନ୍ୟୁଜ୍‌) : କୋଭିଡ ହସ୍ପିଟାଲରେ ଉତ୍ତେଜନା । ସମ୍ବଲପୁର ଭୀମସାର କୋଭିଡ ୧ ହସ୍ପିଟାଲ ଭିତରକୁ ଧସେଇ ପଶିଲେ ଶତାଧିକ ଲୋକ । କରୋନାରେ ଆକ୍ରାନ୍ତ ନର୍ସଙ୍କୁ ଭୁଲ୍‌ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭୀମସାର ହୃଦରୋଗ ବିଭାଗର କାର୍ଯ୍ୟରତ ଜଣେ ନର୍ସ ପଜିଟିଭ ଚିହ୍ନଟ ପରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସକାଳୁ ତାଙ୍କୁ ରେମଡେସିଭିର ଇଂଜେକସନ ଦିଆଯାଇଥିଲା । ପୁଣି ସନ୍ଧ୍ୟାରେ ସେହି ଇଂଜେକସନର ଅଧିକ ଗୋଟାଏ ଡୋଜ ଦେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସତ୍ତ୍ୱେ ବିଳମ୍ବିତ ରାତି ଯାଏଁ ଉତ୍ତେଜନା ଲାଗି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.