ବିଜେବି କଲେଜ ଷ୍ଟ୍ରଙ୍ଗରୁମ ଆଗରେ ତୁମୂଳକାଣ୍ଡ, ଅଜଣା ବ୍ୟକ୍ତିଙ୍କ ପ୍ରବେଶ ଅଭିଯୋଗକୁ ନେଇ ଉତ୍ତେଜନା

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଷ୍ଟ୍ରଙ୍ଗ ରୁମରେ ବାହାର ବ୍ୟକ୍ତି ପ୍ରବେଶକୁ ନେଇ ଉତ୍ତେଜନା । କିଛି ସମୟ ପାଇଁ ସିସିଟିଭି ବନ୍ଦ ହେବା ପରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ତେଜନା । ତେଣୁ ସେହି ବ୍ୟକ୍ତି କାହିଁକି ପ୍ରବେଶ କରିଥିଲେ ତାହାକୁ ନେଇ ୩୧ ନମ୍ବର ୱାର୍ଡର ପାର୍ଥିଙ୍କ ସମର୍ଥକମାନେ ପ୍ରଶ୍ନ କରିଛନ୍ତି । ପରେ ଅଜଣା ବାହାର ବ୍ୟକ୍ତିକୁ ଧରି ମାଡ ମାରିଛନ୍ତି ଲୋକେ । ପୋଲିସ ସହ ଧାସ୍ଥାଧାସ୍ଥ ପରେ ଘଟଣା ସ୍ଥଳରେ ମୃଦୁ ଲାଠି ଚାର୍ଜ କରିଥିଲା ପୋଲିସ।

ଷ୍ଟଙ୍ଗ ରୁମ୍ ଚାରିପଟେ ପୋଲିସ୍ ମୁତୟନ ରହି ଫ୍ଲାଗମାର୍ଚ କରିଛି । ପରିସ୍ଥିତି ଏବେ ବି ଉତ୍ତେଜନ ଲାଗି ରହିଛି। ଘଟଣା ସ୍ଥଳରେ ଏୟାର ଫିଲ୍ଡ ଥାନା ଅଧିକରୀ ଆହତ  ହୋଇଥିବା ସୂଚନ ମିଳିଛି। କିଛି ଯୁବକ ଷ୍ଟ୍ରଙ୍ଗରୁମ ଆଗରେ ହୋହାଲ୍ଲା  କରି ପୋଲିସ ଉପରକୁ ଟେକାପଥର ମାଡ କରିଥିବା ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.