ଯାଜପୁର : ଅଭିଯୁକ୍ତକୁ ଅହେତୁକ ଅନୁକମ୍ପାକୁ ନେଇ ଅଭାବନୀୟ କାଣ୍ଡ, ଥାନାରେ ଅଭିଯୋଗାକରୀଙ୍କ ଆତ୍ମାହୂତି ଉଦ୍ୟମ

ଯାଜପୁର ଟାଉନ: ଅଭିଯୋଗ ହୋଇଛି କୁଆଡ଼େ ପୋଲିସ୍ ଲୋକଙ୍କ ଆଗରେ ଅଭିଯୁକ୍ତକୁ ଅହେତକୁ ଅନୁକମ୍ପା ଦେଖାଇଛି। କୋର୍ଟ ନେବା ରାସ୍ତାରେ ଅଭିଯୁକ୍ତଙ୍କୁ ଥାନା ଗାଡ଼ି ପରିବର୍ତ୍ତେ ଅଭିଯୁକ୍ତର ନିଜସ୍ୱ ଗାଡ଼ିରେ କୋର୍ଟ ନେଇଥିଲା । ତେଣୁ ଏହାକୁ ବିରୋଧ କରି ଅଭିଯୋଗକାରୀ ଥାନାରେ ଆତ୍ମହୂତି ଉଦ୍ୟମ କରିଥିବା ସୂଚନା ମିଳିଛି ।

ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ । ସୂଚନା ମୁତାବକ, ରାଜୈନିକ ଶତ୍ରୁତାରୁ ଦଶରଥପୁର ବ୍ଲକ ଚଷାଖଣ୍ଡ ପଞ୍ଚାୟତ ସରପଞ୍ଚଙ୍କ ଦୁଇ ଦିଅର ଗଣେଶ ମହଲା, ଆଶିଷ୍ ମହଲା ଶ୍ୱଶୁର ରବୀନ୍ଦ୍ର ମହଲା ସେହି ପଞ୍ଚାୟତର ମାନସ ଦାସଙ୍କୁ ଚଳିତ ମାସ ୧୩ ତାରିଖରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ମଙ୍ଗଳପୁର ପୋଲିସ ଅଭିଯୁକ୍ତ ଶ୍ୱଶୁର ରବୀନ୍ଦ୍ରଙ୍କୁ ଗତ ୧୩ ତାରିଖ ଦିନ ଗରିଫ କରିବା ସହ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରବୀନ୍ଦ୍ର ଜେଲ୍ରେ ଥିବା ବେଳେ ଆକ୍ରମଣ ଘଟଣାରେ ଜଡିତ ଗଣେଶ ଓ ଅଶିଷଙ୍କୁ ମଙ୍ଗଳପୁର ପୋଲିସ ସୋମବାର ଦିନ ସକାଳେ ଗିରଫ କରି ଥାନାକୁ ଆଣିଥିଲା । ପରେ ଉଭୟଙ୍କୁ କୋର୍ଟ ନେବା ଉଦ୍ଦେଶ୍ୟରେ ଥାନା ଗାଡ଼ିରେ କିଛି ବାଟ ନେଇ ଆସିଥିଲା । ତେବେ ମଙ୍ଗଳପୁର-ଯାଜପୁର ଟାଉନ ୨୦ ନମ୍ବର ଜାତୀୟ ରାଜପଥ ବଉଳାଙ୍ଗ ନିକଟରେ ଗାଡ଼ି ବଦଳ କରିଥିଲେ । ବଦଳ ହୋଇଥିବା ଗାଡ଼ିଟି ଅଭିଯୁକ୍ତଙ୍କ ନିଜସ୍ୱ ଗାଡ଼ି ହୋଇଥିବା ବେଳେ ଗାଡ଼ିର ଚାଳକ ଅଭିଯୁକ୍ତଙ୍କ ନିଜ ଭାଇ ସୁବାସ ମହଲା ଥିଲେ ବୋଲି ଅଭିଯୋଗ ହୋଇଛି ।

ଏନେଇ ଅଭିଯୋଗାକରୀ ମାନସ ଦାସ ପୋଲିସ୍ର ଅଭିଯୁକ୍ତଙ୍କ ପ୍ରତି ଏପରି ଅନୁକମ୍ପାକୁ ଘୋର ବିରୋଧ କରିଥିଲେ । ଫଳରେ ଗାଡ଼ିରେ ଥିବା ୨ ଅଭିଯୁକ୍ତଙ୍କ ସମେତ ଗାଡ଼ି ଚାଳକ ସୁବାସ ମହଲା ଓ ମାନସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିବା ମାନସ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ । ସେତେବେଳେ ଥାନାରେ ଥିବା ଏସ୍ଆଇ ହରିଶ ସିଂଙ୍କୁ ଏକଥା ଜଣାଇଥିଲେ । ମାତ୍ର ଏସ୍ଆଇ ସିଂ ଅଭିଯୁକ୍ତଙ୍କ ନିଜସ୍ୱ ଗାଡ଼ି ବ୍ୟବହାରକୁ ନେଇ କୌଣସି ଯଥାଯଥ ଉତ୍ତର ନ ଦେବାରୁ ମାନସ ପେଟ୍ରୋଲ ଆଣି ଥାନା ସମ୍ମୁଖରେ ନିଜ ଦେହରେ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ତେବେ ଥାନା ପରିସରରେ ଥିବା ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ଲୋକେ ଓ ଅନ୍ୟ ପୋଲିସ୍ କର୍ମଚାରୀ ଏଥିରୁ ତାଙ୍କୁ ନିବୃତ୍ତ କରିଥିଲେ ।

ଘଟଣାସ୍ଥଳରେ ପ୍ରକାଶ ଉତ୍ତେଜନା ସୃଷ୍ଟି ହେବାର ଖବର ପାଇ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶରେ ବିଞ୍ଝାରପୁର ଥାନାଧିକାରୀ ନିରଞ୍ଜନ ଶବର ମଙ୍ଗଳପୁର ଥାନାରେ ପହଞ୍ଚି ଥିଲେ । ସେ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । ପରେ ଘଟଣାକୁ ନେଇ ମାନସ ଅଭିଯୁକ୍ତ ଗାଡ଼ି ଚାଳକ ସୁବାସ ମହଲାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.