ପ୍ରାକ୍ଟିକାଲ ପରୀକ୍ଷା ଦେଇ ବି ମାର୍କ ଲିଷ୍ଟରେ ଆସିଛି ଆବସେଣ୍ଟ, ନବରଙ୍ଗପୁର ମଡେଲ କଲେଜର ତେଜୁଛି ଛାତ୍ର ଅଶାନ୍ତି

ନବରଙ୍ଗପୁର(କେନ୍ୟୁଜ୍): ପ୍ରାକ୍ଟିକାଲ ପରୀକ୍ଷା ଦେଇଥିଲେ ଛାତ୍ର ଛାତ୍ରୀ କିନ୍ତୁ ମାର୍କ ଲିଷ୍ଟରେ  ପ୍ରାକ୍ଟିକାଲ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଲେଖା ଯାଇଥିବାରୁ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି।  ଏଭଳି ଅଭିଯୋଗ କରିଛନ୍ତି ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀ, ପ୍ରଥମ ସେମିଷ୍ଟାର ର ପ୍ରାକ୍ଟିକାଲ ପରୀକ୍ଷାରେ ନମ୍ବର ସ୍ଥାନ ପାଇଲା ନାହିଁ । ଅଫ ଲାଇନ ପ୍ରାକ୍ଟିକାଲ ପରୀକ୍ଷା ଦେଇଥିଲେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର ମାର୍କ ସିଟରେ ଅନୁପସ୍ଥିତ ଦର୍ଶାଯାଇଛି । ପ୍ରାକ୍ଟିକାଲ ମାର୍କସିଟ ଅନୁପସ୍ଥିତ ଲେଖା ଥିବା ଦେଖି ଛାତ୍ରଛାତ୍ରୀମାନେ ହତାଶ  ହୋଇଛନ୍ତି ।

nabarangpur2

ନବରଙ୍ଗପୁର ଜିଲ୍ଲାର ଆଦର୍ଶ ସ୍ନାତକ ମୁହାବିଦ୍ୟାଳୟରେ ଫାର୍ଷ୍ଟ ସେମିଷ୍ଟାର ପ୍ରାକ୍ଟିକାଲ ପରୀକ୍ଷା ଅଫଲାଇନ ମାଧ୍ୟମରେ ୨୪ ଜଣ ଛାତ୍ରଛାତ୍ରୀ ଦେଇଥିଲେ।କିନ୍ତୁ ପରୀକ୍ଷାରେ ସମସ୍ତ ବିଷୟରେ ମାର୍କ ଥିଲେ ମଧ୍ୟ ପ୍ରାକ୍ଟିକାଲ ବିଷୟରେ ଅନୁପସ୍ଥିତ ଦର୍ଶାଯାଇଛି । ମହାବିଦ୍ୟାଳୟ କର୍ତ୍ତ୍ତୃପକ୍ଷ ବାରମ୍ବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଅବଗତ କରିଥିଲେ ମଧ୍ୟ ପ୍ରାକ୍ଟିକାଲ ନମ୍ବର ବର୍ତ୍ତମାନ ପର୍ଯ୍ୟନ୍ତ ମାର୍କ ସିଟରେ ସ୍ଥାନ ଦେଇନଥିବାରୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରିଛନ୍ତି, ଅତି ଶୀଘ୍ର ପ୍ରାକ୍ଟିକାଲ ମାର୍କ ମିଳିଯିବ ।ଅନ୍ୟପଟେ ଯଦି ଛାତ୍ରଛାତ୍ରୀଙ୍କ ଏହି ସମସ୍ୟାର ସମାଧାନ ନହୁଏ ତେବେ ଛାତ୍ରଛାତ୍ରୀମାନେ ଆନ୍ଦୋଳନର ପନ୍ଥା ବାଛିପାରନ୍ତି ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.