ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା:ଜବରଦଖଲକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭଦ୍ରକ(କେନ୍ୟୁଜ୍): ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା । ପୋଲିସ-ଜବରଦଖଲକାରୀ ମୁହାଁମୁହିଁ । ବନ୍ତ ଛକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଜବରଦଖଲକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଉଚ୍ଛେଦ ପାଇଁ ଭଦ୍ରକ ପୌରପାଳିକା ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ପୋଲିସ ଓ ଜବରଦଖଲକାରୀ ମୁହାଁମୁହିଁ ହୋଇଥିଲେ । ଶେଷରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ପ୍ରଶାସନ । ସେପଟେ ସମୟ ନଦେଇ ଉଚ୍ଛେଦ କରାଯାଉଥିବା ଅଭିଯୋଗ କରିଛନ୍ତି ଦୋକାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.