ଢେଙ୍କାନାଳ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଆତ୍ମହତ୍ୟା ଉଦ୍ୟମ କଲେ ବାପା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଜଣେ ନବଜାତର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ନବଜାତକର ମୃତ୍ୟୁ ପରେ ବାପା ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଗଁନ୍ଦିଆର କାବୋରା ଗାଁର ସସ୍ମତି ଦେହୁରୀ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ରେଫର କରିଥିଲେ ଡାକ୍ତର।

ମହିଳା ଜଣକ ଲେବର ରୁମ୍‌ରୁ ବାହାରିବା ସମୟରେ ବାରାଣ୍ଡାରେ ହିଁ ଶିଶୁର ଜନ୍ମ ହେଲା ଏବଂ ତଳେ ପଡି ଯାଇ ମୃତ୍ୟୁ ମଧ୍ୟ ହୋଇଥିଲା। ଏଥିରେ ମର୍ମାହତ ହୋଇ ପଡିଥିଲେ ଶିଶୁର ବାପା। ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ଗତ ୧୫ ଦିନ ଭିତରେ ଜିଲ୍ଲା ଚିକିତ୍ସାଳୟରେ ନବଜାତ ମୃତ୍ୟୁର ଏହା ଥିଲା ଦ୍ୱିତୀୟ ଘଟଣା।

Leave A Reply

Your email address will not be published.