ରୋଗୀ ମୃତ୍ୟୁକୁ ନେଇ କଟକ କନିକା ଛକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା

କଟକ(କେନ୍ୟୁଜ୍):  କଟକ କନିକା ଛକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଗତ ଦୁଇ ସପ୍ତାହ ଧରି ବାରଙ୍ଗ ଅଂଚଳର ବିଷ୍ଣୁପ୍ରିୟା ରାଉତଙ୍କ ଚିକିତ୍ସା ପରେ ଆଜି ତାଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର ।

ସଡକ ଦୁର୍ଘଟଣାରେ ଆହତ ହୋଇ ବିଷ୍ଣୁପ୍ରିୟା ଏଠାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ହୃଦଘାତ ଜନିତ ସମସ୍ୟ ଦେଖାଦେଇଥିଲା । ତେବେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ନ କରାଯିବା ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଘଟଣାସ୍ଥଳରେ ବିଡାନାସୀ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.