ରାଜ୍ୟ

ଦଶମ ଶ୍ରେଣୀର ଛାତ୍ରୀ ଜନ୍ମ ଦେଲେ କନ୍ୟା ସନ୍ତାନ, ଏବେ ତାକୁ ପାଳିବା ପାଇଁ ପରଘରେ ଲାଗୁଛନ୍ତି ମୂଲ

ଦଶମ ଶ୍ରେଣୀର ଛାତ୍ରୀ । ଦୁନିଆକୁ ଭଲଭାବରେ ଚିହ୍ନିନି କିନ୍ତୁ ହାତରେ ଅଛି ୬ ମାସର ଛୁଆ । ନିଜେ ଦୁନିଆ କଣ ଜାଣିବା ପୂର୍ବରୁ ଶିଶୁ କନ୍ୟାର ମାଆ ପାଲଟିଯାଇଛି ଏହି ନାବାଳିକା ।  ଏମିତି ଏକ ସମ୍ବେଦନଶୀଳ ଖବର ଆସିଛି ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକରୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନାବାଳିକା ଜଣକ ଏବେ ନିଜ ଛୁଆର ଖାଇବା ଯୋଗାଡ ପାଇଁ ପର ଘରେ ପାଇଟି କରୁଛନ୍ତି । ତେବେ ସମ୍ପୂର୍ଣ୍ଣ ଖବର ଜାଣିବାପାଇଁ ଆମେ ପହଞ୍ଚିଥିଲୁ ସୁନ୍ଦରଗଡ଼ ଜିଲ୍ଲାରେ ।

ଆଶା ଥିଲା ପାଠ ପଢି ପୋଲିସ ଚାକିରି କରିବ, ଖେଳ କୁଦରେ ବେଶ ଆଗରେ ଥିଲା । ଖାଲି ସେତିକି ନୁହେଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ କ୍ରୀଡା ପ୍ରତିଯୋଗିତାରେ ସଫଳତା ମଧ୍ୟ ହାସଲ କରିଥିଲା ଏହି ଦଶମ ଶ୍ରେଣିର ଛାତ୍ରୀ ଜଣକ। ଠିକ ଏହି ସମୟରେ ସାମାନ୍ୟ ପାଦ ଖସେଇ ପଡିଯାଇଥିଲା ଜଣେ ଯୁବକର ପ୍ରେମରେ । ଆଉ ଏହାର ଫାଇଦା ଉଠାଇ ଯୁବକ ଜଣକ ନାବାଳିକା ଛାତ୍ରୀଙ୍କ ସହ ରଖିଥିଲା ଦୈହିକ ସମ୍ପର୍କ। ଫଳସ୍ଵରୁପ ନାବାଳିକା ହୋଇଥିଲେ ଗର୍ଭବତି। ଗର୍ଭବତୀ ହେବା ପରେ ପ୍ରେମିକ ହେଲା ଫେରାର। ଆଉ ମା ହେଲା ଏହି ନାବାଳିକା ଜଣକ । ନାବାଳିକାର ଏହି ପରିସ୍ଥିତି ଜାଣି ପରିବାର ବର୍ଗସବଡେଗା ଡାକ୍ତରଖାନାକୁ ନେବା ପରେ ସମସ୍ତ ବିଷୟ ଜଣାପଡିଥିଲା ମାତ୍ର ଗର୍ଭପାତ ସମ୍ଭଭ ନୁହେଁ କହିବା ପରେ ଗତ ମେ ମାସରେ ନାବାଳିକା ଜଣକ ଜନ୍ମ ଦେଇଥିଲେ ଏକ କନ୍ୟା ସନ୍ତାନ। ଶିଶୁ କନ୍ୟାକୁ ବର୍ତମାନ 6 ମାସ.. ନିଜ ଛୁଆର ଖାଇବା ଯୋଗାଡ ପାଇଁ ନାବାଳିକା ଏବେ ପର ଘରେ କାମ କରି କିଛି ରୋଜଗାର କରୁଛନ୍ତି। ଅଗକୁ ପଢିବା ର ଇଛା ଥିବା କହିବା ସହ ନିଜ ଗୋଡରେ ଛିଡା ହୋଇ ପିଲା ଦିନରୁ ପୋଲିସ ଚାକିରି ସ୍ଵପ୍ନ ଦେଖିଥିବା କହିଛନ୍ତି ନାବାଳିକା ।

ଅନ୍ୟପଟେ ନାବାଳିକାର ମାଁ କହିଛନ୍ତି ଯେ ଡାକ୍ତରଖାନାରେ ଗର୍ଭପାତ ପାଇଁ ପ୍ରାୟ 20 ହଜାର ଟଙ୍କା ଦରକାର ପଡିଥିଲା କିନ୍ତୁ ଟଙ୍କା ନଥିବାରୁ ସେମାନେ ରାଜଗାଙ୍ଗପୁର ଡାକ୍ତରଖାନାରେ ନାବାଳିକାର ପ୍ରସବ କରାଇଥିଲେ। ତେବେ ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ନାବାଳିକାକୁ ସମ୍ପୁର୍ଣ୍ଣ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଏହାସହିତ ଦୁଷ୍କର୍ମ କରି ଫେରାର ଥିବା ପ୍ରେମିକକୁ ତୁରନ୍ତ ଗିରଫ କରି ନାବାଳିକାକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

14 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

56 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago