ଢେଙ୍କାନାଳ ଫରେଷ୍ଟ କଲୋନୀରେ ଭୟଙ୍କର ବିସ୍ଫୋରଣ, ଜଣେ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଫରେଷ୍ଟ କଲୋନୀରେ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣରେ ଗୋଟିଏ ଘର ସମ୍ପୂର୍ଣ୍ଣ ଧ୍ୱଂସ । ଏହାସହିତ ଏହି ଘଟଣାରେ ଜଣେ ଆହତ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ଆହତ ଜଣଙ୍କ ସୁଜିତ ସାମଲ। ସେ ହାତୀ ସ୍କ୍ଵାଡର ଜଣେ କର୍ମଚାରୀ। ହାତୀ ଘଉଡାଇବାକୁ ବ୍ୟବହୃତ କରାଯାଉଥିବା ବୋମାରେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।  ଅନ୍ଯପଟେ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.