ଭୟାବହ ଅଗ୍ନିକାଣ୍ଡ, ଜଳି ପୋଡ଼ି ପାଉଁଶ ହୋଇଗଲା ଏକର ଏକର ଆଖୁ ଚାଷ

ଢେଙ୍କାନାଳ: ଭୟାବହ ଅଗ୍ନିକାଣ୍ଡ। ଜଳି ପୋଡ଼ି ପାଉଁଶ ହୋଇଗଲା ଏକର ଏକର ଆଖୁ ଚାଷ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଅଳ୍ପ ସମୟରେ ନିଆଁ ବ୍ୟାପିଯାଇ ନିକଟରେ ଥିବା ଚାଳିଶ ଏକର ଜମିରେ ଲାଗିଥିବା ଆଖୁ ଗୁଡିକୁ ପୋଡି ପାଉଁଶ କରିଦେଇଛି ।
ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ, ସୂଚନା ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଓ ଭୁବନ ଅଗ୍ନିଶମ ବାହିନୀର ୩ ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ । ସେପଟେ ଅମଳ ହେବାକୁ କମ ସମୟ ଥିବାବେଳେ ଏଭଳି କ୍ଷତି ଚିନ୍ତାରେ ପକାଇଛି ଏହି ଚାଷୀଙ୍କୁ । ଧାର କରଜ କରି ଆଖୁ ଚାଷ କରିଥିବାବେଳେ, ଏବେ କିପରି ଋଣ ସୁଝିବେ ତାକୁ ନେଇ ଏବେ ଚିନ୍ତାରେ ।
Also read:ଇନ୍ଦୋର ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ କୋଟି ଟଙ୍କାର ବ୍ରାଣ୍ଡେଡ୍ କପଡ଼ା