ଜହ୍ନିକୁଦା ଘାଟପେଣ୍ଠରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୬ ଦୋକାନ, ୨ଟି ଘର

ବ୍ରହ୍ମଗିରି: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ବ୍ରହ୍ମଗିରି କୃଷ୍ଣପ୍ରସାଦ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଚିଲିକା କୂଳରେ ଥିବା ଜହ୍ନିକୁଦା ଘାଟ ବଜାରରେ ନିଆଁ ଲାଗି ୬ରୁ ଊର୍ଦ୍ଧ୍ବ ଦୋକାନ, ୨ଟି ଘର ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଛି ।
ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଦୋକାନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉ ଥିବା ଏହି ଦୋକାନୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଆହୁରି ପଢ଼ନ୍ତୁ : ରାଜଧାନୀରେ ଯୁବତୀଙ୍କୁ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ, କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ