ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧ ହଜାରରୁ ଉର୍ଦ୍ଧ୍ବ ଧାନ ବସ୍ତା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଶାସ୍ତ୍ରୀ ନଗରରେ ଥିବା ଏକ ଧାନ ଗୋଡାଉନ ଏବଂ ଗୋଟିଏ ସାନିଟାଇଜର ଗୋଡାଉନରେ ଭୟାବହ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଧାନ ଗୋଡାଉନରେ ପାଖାପାଖି ୧ହଜାରରୁ ଉର୍ଦ୍ଧ୍ବ ବସ୍ତା ଧାନ ଥିବା ବେଳେ ସବୁ ନିଆଁର ଆଁରେ ଜଳିଯାଇଛି ।

ତେବେ ନିଆଁ ଲାଗିବା ପରେ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ପହଁଚି ନିଆଁକୁ ଆୟତ କରିବା ପୂର୍ବରୁ ୧ ହଜାରରୁ ଉର୍ଦ୍ଧ୍ବ ବସ୍ତା ଧାନ ସହ ସାନଟାଇନ ଗୋଡାଉନରେ ଥିବା ସାମଗ୍ରୀ ସମେତ ଲକ୍ଷାଧିକ ଟଙ୍କା ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା । ତେବେ ନିଆଁ କିପରି ଲାଗିଲା ତାର କାରଣ ଅସ୍ପଷ୍ଟ ଅଛି ।