କାମାକ୍ଷାନଗର: ଭେଜିଆ ଠାରୁ ସିନ୍ଦୁରମୁଣ୍ଡି ଯାଏ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ୪୦ ଏକର ଉର୍ଦ୍ଧ୍ବ ଜଙ୍ଗଲ ନିଆଁରେ ଜଳି ପାଉଁଶ
କାମାକ୍ଷାନଗର: ଏକର ଏକର ଜଙ୍ଗଲ ନିଆଁରେ ପୋଡି ପାଉଁଶ । ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଭେଜିଆ ସିନ୍ଦୁରମୁଣ୍ଡି ଜଙ୍ଗଲ ପାଖାପାଖି ୪୦ ଏକର ଜଙ୍ଗଲରେ ନିଆଁ । କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।
ଫଳରେ ବହୁତ ମୂଲ୍ୟବାନ ଗଛ ସମ୍ପୂର୍ଣ ଭାବେ ପୋଡି ନଷ୍ଟ ହେଇ ଯାଇଛି । ଗତକଲି ଅପରାହ୍ନରେ ନିଆଁ ଲାଗିଛି । ଏପର୍ଯ୍ୟନ୍ତ ଜଙ୍ଗଲରେ ନିଆଁ ଲିଭିନାହିଁ । ନିଆଁକୁ ଆୟତ୍ତ କରିବା ପାଇଁ ଗ୍ରାମବାସୀ ଉଦ୍ୟମ ଚଳାଇଛନ୍ତି ।