ମିଶିକି ଭୋଜି କଲେ ଆଉ ଶେଷରେ ମାରିଦେଲେ, ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଥାନା ବଡବାଗଠାରେ ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ବଡବାଗ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ରାମ ଚନ୍ଦ୍ର ସାହୁ। ରାମ ଓ ସେହି ଗାଁର କେଶବ ବେହେରା ଘରେ ରବିବାର ଦିନ ଭୋଜି କରୁଥିଲେ।

ଭୋଜିରେ ପ୍ରଶାନ୍ତ ବେହେରା ,କେଶବ ବେହେରା ,ବାବି ଓ କେଶବର ସ୍ତ୍ରୀ ରୀନା ବେହେରା ଉପସ୍ଥିତ ଥିଲେ। ରାତିରେ ଭୋଜି ସାରିବା ପରେ ପୂର୍ବ ଶତ୍ରୁତାରୁ ହେଉ କିମ୍ବା କୌଣସି କାରଣରୁ କେଶବ ଓ ପ୍ରଶାନ୍ତ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସବୁ ମିଶି ରାମକୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ମାଛଗାଁ କେନାଲରୁ ରାମର ମୃତଦେହର କିଛି ଅଂଶ ମିଳିଛି।

ପୋଲିସ ତିନି ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ଗାଁରେ ଏବେ ଉତ୍ତେଜନା ଦେଖାଦେଇଛି। ରାମ ଚନ୍ଦ୍ର ସାହୁଙ୍କୁୁ କିଏ ମାରିଛି, କାହିଁକି ମାରିଲା ତୁରନ୍ତ ଏହି ଘଟଣାର ପର୍ଦ୍ଦାଫାସ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.