ରାଜ୍ୟରେ ହ୍ରାସ ପାଇଛି ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ, ଲୋକଙ୍କ ସହ ଜଡିତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପକୁ ହ୍ରାସ କରିବାରେ ଉଲ୍ଲେଖନୀୟ ଉନ୍ନତି ସହିତ କମ୍ୟୁନିଟି ଓ ସ୍ଥାନୀୟ ଲୋକଙ୍କ ସହ ଜଡିତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଚଳିତବର୍ଷ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ସରକାର ୮୫କୋଟି ୮୫ଲକ୍ଷ ଟଙ୍କାର ବାର୍ଷିକ କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦେଇଛନ୍ତି । ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା । ଏଥିରେ ଆଇଜି ଅପରେସନ ଅମିତାଭ ଠାକୁର ପ୍ରସ୍ତାବିତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିଥିଲେ । ଏହାକୁ ମଞ୍ଜୁରୀ ଦେବା ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବାମପନ୍ଥୀ ସଙ୍କ୍ରମିତଙ୍କ କ୍ଷେତ୍ରରେ ଗୋଷ୍ଠୀ ପରିଚାଳନା ଓ ଆତ୍ମବିଶ୍ୱାସ ବୃଦ୍ଧି କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷ କରି ଜନସାଧାରଣ ଓ ଗୋଷ୍ଠୀ ସମୁଦାୟ ସହିତ ଜଡିତ ରହିବା, ସେମାନଙ୍କର ଆତ୍ମବିଶ୍ୱାସସ୍ତରକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଓ ଅଂଶଗ୍ରହଣ ମାଓ ପ୍ରବଣ ଅଞ୍ଚଳରୁ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାକୁ ମୂଳପୋଛ କରିବାରେ ସହାୟକ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.