ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ

ଭୁବନେଶ୍ୱର : ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ ମିଳିଛି । ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ପ୍ରବାସୀ ଭାରତୀୟ ଦିବସ ବ୍ୟାଘତ ପାଇଁ ଧମକପୂର୍ଣ୍ଣ ମେଲ ଦେଇଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକପୂର୍ଣ୍ଣ ମେସେଜ ଦେଇଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଭିଡିଓ ମାଧ୍ୟମରେ ଧମକପୂର୍ଣ୍ଣ ମେଲ ଦେଇଛି ପନ୍ନୁ ।
ପୂର୍ବରୁ ମଧ୍ୟ ପୋଲିସ ମହାମେଳି ସମୟରେ ପନ୍ନୁ ଧମକ ଦେଇଥିଲା । ସେତେବେଳେ ମଧ୍ୟ ଅକ୍ଷୟ ସାହୁଙ୍କ ସହିତ ଅନେକ ନ୍ୟୁଜ ଏଜେନ୍ସିକୁ ମେଲ୍ ଆସିଥିଲା । ହେଲେ ବର୍ତ୍ତମାନ କାହାକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରକୁ ନେଇ ମଧ୍ୟ ମେଲରେ ଉଲ୍ଲେଖ କରାଯାଇଛି ।
ତେବେ ଏହି ଧମକପୂର୍ଣ୍ଣ ମେଲ୍ ପନ୍ନୁ ଦେଇଛି ନା’ ଆଉ କିଏ ତଦନ୍ତ ପରେ ତାହା ସ୍ପଷ୍ଟ ହେବ । ଏଥିସହ କେବଳ ଅକ୍ଷୟ ସାହୁଙ୍କ ନିକଟକୁ ମେଲ୍ ଆସିଛି ନା ଆଉ କାହା ପାଖକୁ ବି ପନ୍ନୁ ମେଲ୍ ପଠାଇଛି ତାହା ସ୍ପଷ୍ଟ ହୋଇ ପାରିନି ।