ଆତଙ୍କୀ ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ୍: ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କ ସହ ଭୁବନେଶ୍ୱର ବିମାନବନ୍ଦରକୁ ଟାର୍ଗେଟ

ଭୁବନେଶ୍ବର: ପନ୍ନୁର ପୁଣି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା । ଭୁବନେଶ୍ବର ଡିଜିପି କନଫରେନ୍ସକୁ ପୁଣି ଆତଙ୍କବାଦୀ ପନ୍ନୁର ଟାର୍ଗେଟ। ଗୁରପତୱନ୍ତ ସିଂ ପନ୍ନୁ ନାଁରେ ଧମକପୂର୍ଣ୍ଣ ମେଲ୍ ଆସିଛି । ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି । ଇ-ମେଲରେ ପଠାଇଥଇବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି । ଏଥିସହ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ ରହିଛି। ଆଜି ସକାଳ ୯ ଟା ୪ମିନିଟ୍‌ ଏହି ସମୟରେ ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା । ଏନେଇ ଅକ୍ଷୟ କମିଶନରେଟ୍ ପୋଲିସକୁ ଅବଗତ କରାଇଥିଲେ ଓ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

ସୂଚନା ଯୋଗ୍ୟ ନଭେମ୍ଭର ୨୮ରେ ମଧ୍ୟ ଧମକ ଦେଇଥିଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତ୍ବନ୍ତ ସିଂ ପନୁନ। ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଥିଲା । ଡିଜିପି, ଆଇଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଧମକ ଦିଆଯାଇଥିଲା । ଏଥିପାଇଁ ହାଇ ଆଲର୍ଟରେ ରହିଛି ଓଡ଼ିଶା ପୋଲିସ । ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପ୍ରତିକ୍ରିୟା ରଖିଥିଲେ ପ୍ରଭାରୀ ବିଜୟ ପାଲ ସିଂହ ତୋମାର । କହିଥିଲେ , ଘଟଣା ବିଷୟରେ ମୁଁ ଜାଣିନି । କିନ୍ତୁ ମୁକାବିଲା ପାଇଁ କେନ୍ଦ୍ରୀୟ ବାହିନୀ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ବିଜୟ ପାଲ ସିଂହ ତୋମର ।

You might also like