କଟକରେ ଲୁଚିଥିଲା ଆତଙ୍କବାଦୀ ଶେଖ୍ ଅବଦୁଲ ନଇମ

କଟକ : ଲୁଚିଥିଲା ଲସ୍କର-ଏ-ତୋଇବାର ଆତଙ୍କବାଦୀ ଶେଖ୍ ଅବଦୁଲ ନଇମ । ନକଲି ପରିଚୟପତ୍ର ଦେଖାଇ ସେ କଟକରେ ରହୁଥିଲା । ନଇମ୍କୁ କଟକରେ ଲୁଚାଇଥିଲା ନିକଟରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ାର ଲସ୍କର ଆତଙ୍କୀ ହବିବୁର ରେହମାନ୍ । ନିଇମକୁ ରେହମାନ୍ ସମସ୍ତ ସହାୟତା ଯୋଗାଇଥିଲା । କୋର୍ଟରେ ଏନ୍ଆଇଏ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରୁ ଏହା ସ୍ପଷ୍ଟ ହୋଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । ସେ କହିଛନ୍ତି, ଏ ବାବଦରେ ତାଙ୍କ ପାଖକୁ କୌଣସି ଖବର ଆସିନାହିଁ । ଏନଆଇଏ ପକ୍ଷରୁ ମଧ୍ୟ ଅବଗତ କରାଯାଇନାହିଁ । ଖବର ଆସିଲେ ଯାଞ୍ଚ କରାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.