କଟକ: ପାଠ୍ୟପୁସ୍ତକ ତ୍ରୁଟି ମାମଲାକୁ ନେଇ ଆସିଛି ବଡ଼ ଖବର । ସ୍କୁଲ ପାଠ୍ୟପୁସ୍ତକ ମୁଦ୍ରଣରେ ହୋଇଥିବା ଅନିୟମିତତା ମାମଲାରେ ରାଜ୍ୟ ଅପରାଧ ଶାଖା (କ୍ରାଇମବ୍ରାଞ୍ଚ) ଏସ୍ସିଇଆର୍ଟିର ପୂର୍ବତନ ନିର୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିବାର ଦିନକ ପରେ ଏହି ମାମଲାରେ ସମ୍ପୃକ୍ତ ବେସରକାରି ପ୍ରିଣ୍ଟିଂ ସଂସ୍ଥାର ଦୁଇ ମାଲିକ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଅସିମ ଘୋଷ ଏବଂ ଅନୁପମ ଘୋଷ ପୃଥକ୍ ପୃଥକ୍ ଆଗୁଆ ଜାମିନ ଆବେଦନ ଦାଖଲ କରିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ୱରାନ୍ୱିତ କରିଥିବାରୁ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରି ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମୁଦ୍ରିତ ନୂତନ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଧରାପଡ଼ିବା ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା ।
Also Read: ପ୍ରବଳ ବର୍ଷାରେ ଉପୁଡ଼ିଲା ବିଶାଳ ଗଛ, ରାଜପଥରେ ଯାତାୟାତ ଠପ୍