ଆଜି ଶୀତଳଷଷ୍ଠୀ ପାଇଁ ଥାଳ ଉଠା ପର୍ବ, କରାଯିବ କନ୍ୟା ମାତା ପିତା ଚୟନ

ସମ୍ବଲପୁର : ଶୀତଳଷଷ୍ଠୀ ପାଇଁ ଆଜି ଥାଳ ଉଠା ପର୍ବ ।  ଦେବଦମ୍ପତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।   ପାରମ୍ପରିକ ରୀତିନୀତି ଅନୁସାରେ ଆଜି ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଓ ମୋଡ଼ିପଡ଼ାର ଜାଗେଶ୍ୱର ବାବାଙ୍କ ଥାଳ ଉଠିବ ।

ଏହା ସହ କନ୍ୟା ପିତାମାତା ମଧ୍ୟ ଚୟନ ହେବେ ।   ନିଜ ନିଜ ପଡାରେ ପୂଜକ ଏହି ଥାଳ ଧରି ବୁଲିଥାନ୍ତି ।  ଥାଳ ଉଠିବାର ଠିକ ଏକ ମାସ ପରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ ।  ଚଳିତ ବର୍ଷ ବିଭିନ୍ନ ଯାତ୍ରା କମିଟି ମାନେ ଏହି ଶୀତଳ ଷଷ୍ଠୀ ଯାତ୍ରାକୁ ଆଡମ୍ବର ସହ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ଏଥିପାଇଁ ଶିବାଳୟ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ଚଳିତ ବର୍ଷ ଝାଡୁଆପଡା ମାତା ପାର୍ବତୀଙ୍କ ପିତା ମାତା ରୂପେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଦାୟିତ୍ୱ ନିର୍ବାହ କରିବେ ।

Also read: ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ