ବାଲିଯାତ୍ରା ତଳ ପଡିଆଠାରେ ୩୪ ତମ ରାବଣ ପୋଡ଼ି, ୧୦ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସାମାଗମ

କଟକ : ବାରବାଟି ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଲିଯାତ୍ରା ତଳପଡିଆ ଠାରେ ୩୪ ତମ ରାବଣ ପୋଡ଼ି ଉତ୍ସବ ଶାନ୍ତି ଶୃଙ୍ଖଳାରେ ସମ୍ପର୍ନ୍ନ ହୋଇଛି ।  ଏହି ରାବଣ ପୋଡ଼ି ଉତ୍ସବ ଦେଖିବା ପାଇଁ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସାମାଗମ ହୋଇଥିଲା।  ରାଜ୍ୟ ଆଇନ୍ ମନ୍ତ୍ରୀ  ପ୍ରୁଥିରାଜ୍ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କରିଥଲେ ।  ସମ୍ପୂର୍ଣ୍ଣ ଅନୁକୂଳ ପରିବେଶ ଦୃଷ୍ଟିରେ ରଖି କେବଳ ସବୁଜ ବାଣରେ ରାବଣ ପୋଡ଼ା ଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

କଟକରେ ରାବଣ ପୋଡ଼ି ଏକ ମହାନ ଉତ୍ସବ , ଏହି ଉତ୍ସବ ଦେଖିବା ପାଇଁ ବାଲିଯାତ୍ରା ପଡିଆ ଜନ ସମୁଦ୍ରରେ ପରିଣତ ହୋଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବାରବାଟି ସର୍ବଧର୍ମ ସାଂସ୍କୃତିକ ପରିଷଦର ଆବାହକ ଆଶୀର୍ବାଦ ବେହେରା, ବିଧାୟକ ଦେବୀରଞ୍ଜନ୍ ତ୍ରିପାଠୀ, ସୌଭିକ ବିଶ୍ଵାଳ, ସଫିୟା ଫିର୍ବ୍ଦୋସ୍,ମେୟର ସୁବାସ ସିଂ, ପୂର୍ବତନ ମନ୍ତ୍ରୀ ସମୀର ଦେ ପ୍ରମୁଖ ଉପସ୍ଥିତ ଥିଲେ ।  ଆଗାମୀ ବର୍ଷ ରାବଣ ପୋଡି ଲାଗି ଏଲେକ୍ଟ୍ରୋନିକ ରାବଣ କରାଯିବ ବୋଲି କହିଛନ୍ତି ବାରବାଟି ସର୍ବଧର୍ମ ସାଂସ୍କୃତିକ ପରିଷଦର ଆବାହକ ଆଶୀର୍ବାଦ ବେହେରା ।

You might also like