ବିଧବା ମହିଳାଙ୍କୁ ଆଶ୍ରୟ ଦେଇ ଶାରୀରିକ ସମ୍ପର୍କ ରଖିଲା, ପରେ ନାବାଳିକା ଝିଅକୁ ଗର୍ଭବତୀ କରି ଗିରଫ ହେଲା ଅଭିଯୁକ୍ତ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହ ତାକୁ ଗର୍ଭବତୀ କରାଇବା ଅଭିଯୋଗ ରେ ପୋଲିସ ଉଲିଆପଦା ଗ୍ରାମର ସୁମନ୍ତ ସାହୁ ( 45) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ପ୍ରକାରେ ସୁମନ୍ତ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କୁ ପ୍ରାୟ ଚାରି ବର୍ଷ ତଳେ ପାଖରେ ରଖିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ସୁମନ୍ତ ବିବାହିତ ଥିବା ବେଳେ ତାର ସ୍ତ୍ରୀ ଏବଂ ଛୁଆ ତାକୁ ଛାଡି ବହୁ ବର୍ଷ ହେଲା ଚାଲିଯାଇଛନ୍ତି ।

ବିଧବା ମହିଳା ଜଣକର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ଚାରି ବର୍ଷ ପୂର୍ବେ ମହିଳାଙ୍କର ସ୍ୱାମୀ ମୃତ୍ୟୁ ବରଣ କରିବା ପରେ ବିଧବା ମହିଳା ଜଣକ ପାଖରେ ସୁମନ୍ତ ରହୁଥିଲା ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲା। ପରେ ସମ୍ପୃକ୍ତ ବିଧବା ମହିଳାଙ୍କ ୧୭ ବର୍ଷ  ର ନାବାଳିକା ଝିଅକୁ ମଧ୍ୟ ବିଭିନ୍ନ ପ୍ରଲୋଭନ ଦେଖାଇ ତା ସହ ଶାରୀରିକ ସମ୍ପର୍କ ରଖିଥିଲା । ଦୁଇ ମାସ ଧରି ନାବାଳିକା ଜଣକର ଋତୁସ୍ରାବ ନହେବା ଯୋଗୁଁ ମାଁ ଝିଅର ଡାକ୍ତରୀ ମାଇନା କରିଥିଲେ। ଫଳରେ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଏନେଇ ନାବାଳିକାର ମାଁଙ୍କ ଲିଖିତ ଅଭିଯୋଗ ଆଧାର କରି ଅଡବା ଥାନା ପୋଲିସ୍  କେସ୍ ନଂ ୧୦/୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୋହନା ଚାଇଲ୍ଡ୍ ଲାଇନ୍ ଟିମ୍ ଥାନାରେ ପହଞ୍ଚି ପୀଡିତା ନାବାଳିକାକୁ ଉଦ୍ଧାର କରିଛି । ନାବାଳିକାକୁ ରବିବାର ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ ବୋଲି ମୋହନା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.