କୋଏଲ ନଦୀରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଗାଧୋଇବାକୁ ଯାଇ ୨ଦିନ ହେଲା ଥିଲେ ନିଖୋଜ

ରାଉରକେଲା: ରାଉରକେଲା କୋଏଲ ନଦୀରେ ଛାତ୍ର ବୁଡି ନିଖୋଜ ଘଟଣା । ଦୀର୍ଘ ୩୦ ଘଣ୍ଟା ପରେ ଉଦ୍ଧାର ହେଲା ନାବାଳକର ମୃତଦେହ । କୋଏଲ ନଦୀର ତୁମକେଲା ଘାଟ ନିକଟରୁ ମିଳିଛି ମୃତଦେହ ।

ସୂଚନା ଅନୁସାରେ ଗତ ୩ ତାରିଖ ଅପରାହ୍ନ ୪ଟା ବେଳେ ଘଟିଥିଲା ଘଟଣା ।  ନାବାଳକ ଜଣଙ୍କ ସାଙ୍ଗ ମାନଙ୍କ ସହ ସେକ୍ଟର ୧୯ କୋଏଲ ନଦୀ ହମିରପୁର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ଅସାବଧାନତା ବଶତଃ ତିନି ଜଣ ବୁଡ଼ିଯାଇଥିଲେ । ଦୁଇ ସାଙ୍ଗ ବୁଡ଼ିଯିବା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ ।  କିନ୍ତୁ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ନାବାଳକ ପ୍ରତୀକ ବଡାଇକ ।  ତେବେ  ନାବାଳକଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You might also like