ଭୁବନେଶ୍ୱର : ୪୮ ଘଣ୍ଟା ଯାଏ ବର୍ଷା । ଏହା ପରେ କମିବ ବର୍ଷାର ପରିମାଣ । ୧୩ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ। ଆଗାମୀ ୫ରୁ ୭ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଝାଡ଼ଖଣ୍ଡ ଉପରେ ରହିଥିବା ଘୂର୍ଣ୍ଣିବଳୟ ଉତ୍ତର ଓଡିଶା ଓ ଛତିଶଗଡ଼ ଉପରେ ସକ୍ରିୟ ରହି ଛି। ଏହାର ପ୍ରଭାବରେ କାଁ ଭାଁ ପ୍ରବଳ ବର୍ଷା ସହ ଅଧିକାଂଶ ସ୍ଥାନରେ ସ୍ପଳ୍ପ ବର୍ଷାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ପରେ କମିବ ବର୍ଷାର ପରିମାଣ । ସେପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।
ଅନ୍ୟପଟେ ତୁହାକୁ ତୁହା ବର୍ଷୁଛି । କେଉଁଠି ମୂଷଳ ଧାରାରେ ତ କେଉଁଠି ଛେଚୁଛି । ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ବେହାଲ କରିଦେଇଛି ଜନଜୀବନକୁ । ତଳିଆ ଅଞ୍ଚଳରେ ପାଣି ପଶିଛି, ଲୋକେ ଜଳବନ୍ଦୀ ହୋଇଛନ୍ତି ।