ଲାଗୁ ହେବ ଦଳବଦଳ ନିରୋଧି ଆଇନ୍‌: ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୫ରେ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ବର(କେନ୍ଯୁଜ୍): ଲାଗୁ ହେବ ଦଳବଦଳ ନିରୋଧି ଆଇନ୍‌ । ଜିଲ୍ଲା ପରିଷଦ ସଭାପତି, ଉପ ସଭାପତି, ବ୍ଳକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚ ପଦବୀ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସବିଶେଷ ସୂଚୀ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନରେ ଦଳବଦଳ ନିରୋଧି ଆଇନ ଲାଗୁ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ପ୍ରସ୍ତୁତ କର୍ଯ୍ୟସୂଚୀ ଅନୁସାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦପାଇଁ ମାର୍ଚ୍ଚ ୧୩ ଓ ୨୫ରେ ନିର୍ବାଚନ ହେବ ।

ସେହିପରି ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ପାଇଁ ମାର୍ଚ୍ଚ ୧୨ ଓ ୧୩ ତାରିଖରେ ପରୋକ୍ଷ ନିର୍ବାଚନ ହେବ । ନିର୍ବାଚନ ଦିନ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଆଶାୟୀ ଜିଲ୍ଲା ପରିଷଦ ସଭ୍ୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନିଜ ନୋମିନେସନ୍‌ ଦାଖଲ କରିପାରିବେ । ପରବର୍ତ୍ତୀ ଏକ ଘଣ୍ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ । ଅପରାହ୍ନ ୧ଟା ସୁଦ୍ଧା ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅବଶ୍ୟକ ପଡିଲେ ସେହିଦିନ ଅପରାହ୍ନ ୧ଟା ୩୦ରୁ ୪ଟା ମଧ୍ୟରେ ନିର୍ବାଚନ କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.