ରାଜ୍ୟ

ମାତ୍ର ୪୫୦ ଟଙ୍କାରେ ରାଜ୍ୟରେ ଉପଲବ୍ଧ ହେବ ଆଣ୍ଟିଜେନ୍‌ ଟେଷ୍ଟ,ଘରୋଇ ଲାବରେଟୋରୀ ଗୁଡ଼ିକୁ ଅନୁମତି ଦେଲେ ସରକାର

ଘରୋଇ ଲ୍ୟାବରେ ହୋଇପାରିବ ଆଣ୍ଟିଜେନ୍‌ ଟେଷ୍ଟ । ଓଡ଼ିଶା ସରକାର କରୋନା ଆଣ୍ଟିଜେନ ପରୀକ୍ଷା ଲାଗି ଘରୋଇ ଲାବରେଟୋରୀଗୁଡ଼ିକୁ ଅନୁମତି ଦେଇଛନ୍ତି । ୪୫୦ ଟଙ୍କାରେ ରାଜ୍ୟରେ ଉପଲବ୍ଧ ହେବ ଆଣ୍ଟିଜେନ୍‌ ଟେଷ୍ଟ । ICMR ନିୟମାନୁସାରେ ହେବ ଟେଷ୍ଟ । ଟେଷ୍ଟର ମୂଲ୍ୟ ୪୫୦ ଟଙ୍କା ସହ GST ଲାଗୁ ହେବ । ICMR ପକ୍ଷରୁ ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଏସବୁ ଘରୋଇ ଲାବରେଟୋରୀ ଓ ପଏଣ୍ଟ ଅଫ କେୟାରମାନେ ଆଇସିଏମଆର ଗାଇଡଲାଇନର ଅନୁପାଳନ କରି ରାପିଡ ଆଣ୍ଟିଜେନ ଟେଷ୍ଟ (ଷ୍ଟାଣ୍ଡାର୍ଡ କ୍ୟୁ କୋଭିଡ-୧୯ ଆଣ୍ଟିଜେନ କିଟ) କିମ୍ବା ଟ୍ରୁନାଟ ଟେଷ୍ଟ କରିପାରିବେ । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଶସ୍ତା ଦରରେ ଘରୋଇ ଲାବରେ ଆଣ୍ଟିଜେନ ଟେଷ୍ଟ କରାଯିବା ପରେ ଅଧିକରୁ ଅଧିକ ଲୋକ ନିଜର କରୋନା ପରୀକ୍ଷା କରିପାରିବେ । ସେହିପରି ଘରୋଇ ଲାବରେଟୋରୀରେ କରୋନା ପରୀକ୍ଷା ହେବା ପରେ ସରକାରୀ ଲାବରେଟୋରୀ ଓ ହସପିଟାଲଗୁଡ଼ିକ ଉପରୁ ଚାପ କମିବା ଆଶା କରାଯାଉଛି ।

 

Sasmita

Recent Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

53 mins ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

2 hours ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

3 hours ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

3 hours ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

3 hours ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

4 hours ago